ଏଥର ୬୦ ହଜାର ହଜ୍‌ଯାତ୍ରୀଙ୍କୁ ଅନୁମତି

ରିୟାଦ୍‌,ଏଜେନ୍ସି: ଚଳିତ ବର୍ଷ କୋଭିଡ୍‌-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ହଜ୍‌ଯାତ୍ରୀଙ୍କ ସଂଖ୍ୟାକୁ ୬୦ ହଜାରରେ ସୀମିତ ରଖାଯିବ ବୋଲି ଶନିବାର ସାଉଦି ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସମସ୍ତ ଯାତ୍ରୀ ସାଉଦିର ହୋଇଥିବାବେଳେ ସେଥିରେ ପୂର୍ବ ବର୍ଷର ସାଉଦି ଆରବ ଆସିଥିବା ଏକହଜାର ଯାତ୍ରୀଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଛି। ଏଥର ହଜ୍ ଯାତ୍ରା ଜୁଲାଇ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।