‘ୟେ ତୋ ଟ୍ରେଲର ହେ, ପିକ୍ଚର୍ ଅଭି ବାକି ହେ’

ନୂଆଦିଲ୍ଲୀ: ଫୁଲ ଆକ୍ସନ ମୋଡ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରତି କଥାରେ ଶୁଣିବାକୁ ମିଳୁଛି ଡାଏଲଗ୍। କିନ୍ତୁ ମୋଦୀଙ୍କ ପାଟିରେ ଏବେ ଶାହାରୁଖ୍ ଖାନଙ୍କ ଡାଏଲଗ୍ ‘ୟେ ତୋ ଟ୍ରେଲର ହେ, ପିକ୍ଚର ଅଭି ବାକି ହେ’।

ଗୁରୁବାର କେନ୍ଦ୍ର ସରକାର ୧୦୦ ଦିନର କାର୍ଯ୍ୟପନ୍ଥା ଉପସ୍ଥାପନା ସମୟରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସରକାର ଦେଇଥିବା ସମସ୍ତ ପ୍ରତିଜ୍ଞାକୁ ପୂରଣ କରିବାରେ ଅଗ୍ରସର ହେଉଛନ୍ତି। ସରକାରୀ କାମ ଆଗରୁ ଯେତିକି ଗତିରେ ଚାଲୁଥିଲା, ତାହା ଏବେ ଅଧିକ ଗତିଶୀଳ ହୋଇଛି। ଇଏ ତ କେବଳ ଟ୍ରେଲର । ଆଗକୁ ପିକଚର ଦେଖିବେ। ସରକାର ଜନତାଙ୍କ ଉଚ୍ଚକାଂକ୍ଷାଙ୍କୁ ସଫଳ କରିବାରେ ସର୍ବଦା ଚେଷ୍ଟାରତ। କେନ୍ଦ୍ର ସରକାରଙ୍କ ୧୦୦ ଦିନର କାର୍ଯ୍ୟପନ୍ଥା ଗୋଟିଏ ଛୋଟ ଟ୍ରେଲର ଥିଲା। ସଂମ୍ପୂର୍ଣ୍ଣ ଫିଲ୍ମ ଦେଖିବାକୁ ବାକି ରହିଛି ବୋଲି ଝାଡଖଣ୍ଡର ରାଞ୍ଚି ଠାରେ ଆୟୋଜିତ ନିର୍ବାଚନୀ ରାଲିରେ ମୋଦୀ କହିଛନ୍ତି।