ସିରିଆ ରକେଟ୍ ମାଡ଼ରେ ୩୩ ତୁର୍କୀ ସୈନିକଙ୍କ ପ୍ରାଣହାନି

ଅଙ୍କାରା,ଏଜେନ୍ସି : ତୁର୍କୀର ଯୁଦ୍ଧ ପ୍ରପୀଡ଼ିତ ଇଡଲିବ ଉପରେ ସିରିଆ ରକେଟ୍ ମାଡ଼ କରିବା ଫଳରେ ଅନ୍ୟୂନ ୩୩ ଜଣ ତୁର୍କୀ ସୈନିକ ପ୍ରାଣ ହରାଇଛନ୍ତି ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ସିରିଆ ଉପରେ ତୀକ୍ଷ୍ଣ ନଜର ରଖିଥିବା ବ୍ରିଟେନ୍ ମାନବାଧିକାର ସଂଗଠନ ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ସିରିଆ ତରଫରୁ ଆକାଶମାର୍ଗରୁ ରକେଟ୍ ମାଡ଼ କରାଯାଇଥିଲା। ଉକ୍ତ ରକେଟ୍ ମାଡ଼ରେ ଅନ୍ୟୂନ ୩୪ ଜଣ ତୁର୍କୀ ସେନା ମରିଛନ୍ତି।

ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୁର୍କୀ ରାଷ୍ଟ୍ରପତି ରିସିପ ତାୟିପ ଏର୍ଡୋଗାନ ଗୁରୁବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସିରିଆ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବାର କିଛିକ୍ଷଣ ପରେ ସିରିଆ ସେନା ଏପରି ନିନ୍ଦନୀୟ କାର୍ଯ୍ୟ କରିଛି। ସିରିଆକୁ ପାଲଟା ଜବାବ ଦେବାପାଇଁ ତୁର୍କୀ ତରଫରୁ ଉଭୟ ଆକାଶ ଓ ସ୍ଥଳଭାଗରେ ଆକ୍ରମଣ ପାଇଁ ମସୁଧା ଚାଲିଛି।