ଏହି ୩ଟି ମଞ୍ଜି ବଢାଇଥାଏ ତ୍ୱଚାର ଚମକ, ଖାଦ୍ୟରେ ନିଶ୍ଚୟ କରନ୍ତୁ ସାମିଲ

ତ୍ୱଚାରୁ ସୁନ୍ଦରତା ବଢାଇବା ପାଇଁ ଲୋକମାନେ ଅନେକ ପ୍ରକାରର ବ୍ୟୁଟି ପ୍ରଡକ୍ଟସର ବ୍ୟବହାର କରିଥାନ୍ତି । ଯଦି ଆପଣଙ୍କ ଶରୀର ଭିତରୁ ସ୍ୱଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ୱଚାରେ ଚମକ ଆଣିପାରିବନାହିଁ । ସୁନ୍ଦର କେଶ ଏବଂ ସୁନ୍ଦର ତ୍ୱଚା ପାଇଁ ସୁସ୍ଥ ଖାଦ୍ୟପେୟ ଜରୁରୀ ଅଟେ । କେତେକ ପ୍ରକାରର ମଞ୍ଜି ଶରୀରକୁ ସୁସ୍ଥ କରି ତ୍ୱଚାକୁ ଉଜ୍ଜ୍ୱଳ ଏବଂ ସୁନ୍ଦର କରିବା ପାଇଁ ମଧ୍ୟ କାମ କରିଥାଏ ।

ତେବେ ଆସନ୍ତୁ ଜାଣିବା ସେହି ମଞ୍ଜି ବିଷୟରେ…

ଚିଆ ମଞ୍ଜି-

ଚିଆ ମଞ୍ଜିରେ ପ୍ରଚୁର ପରିମାଣର ଓମେଗା ୩ ଫ୍ୟାଟି ଏସିଡ୍ ପ୍ରଚୁର ମାତ୍ରାରେ ମିଳିଥାଏ। ପ୍ରତିଦିନ ଚିଆ ମଞ୍ଜି ଖାଇବା ଦ୍ୱାରା ହାଇଡ୍ରେସନ୍ ବଢିଥାଏ ଯାହା ତ୍ୱଚାକୁ ସଫା, ନରମ ଏବଂ ଉଜ୍ଜ୍ୱଳ କରିଥାଏ। ଚିଆ ମଞ୍ଜି ମୁହଁରେ କୁଞ୍ଚନ ପଡିବାକୁ ରୋକିଥାଏ ଏବଂ ଆଣ୍ଟି ଏଜିଂର କାମ ମଧ୍ୟ କରିଥାଏ।
ଫ୍ଲାକ୍ସ ମଞ୍ଜି ହରମୋନକୁ ସନ୍ତୁଳିତ କରିବାରେ ଉପଯୋଗୀ ହୋଇଥାଏ । ଫ୍ଲାକ୍ସ ମଞ୍ଜି ମୁହଁରୁ ବ୍ରଣକୁ ଦୂର କରିଥାଏ । ଏହାର ଆଣ୍ଟି-ଇନ ଫ୍ଲାମେଟୋରୀ ଗୁଣ ତ୍ୱଚାର ସୃଜନକୁ କମାଇଥାଏ। ଏହା ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଭିତରୁ ସଫା କରିଥାଏ ଏବଂ ତ୍ୱଚାକୁ ସୁସ୍ଥ କରିଥାଏ ।

ସୂର୍ଯ୍ୟମୁଖୀ ମଞ୍ଜି-

ସୂର୍ଯ୍ୟମୁଖୀ ମଞ୍ଜିରେ ଜିଙ୍କ୍, ଭିଟାମିନ୍-ଏ, ବି-୧ ଏବଂ ଇ ରହିଥାଏ । ଏହା ବ୍ୟତୀତ ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଫ୍ରି ରେଡିକଲସ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ । ତ୍ୱଚାରେ କଳାଦାଗ ହଟାଇବାରେ ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ବହୁତ ଲାଭଦାୟକ ଅଟେ।