ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ବୀରଭୂମି ହିଂସା ମାମଲାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ସିବିଆଇକୁ ଏପ୍ରିଲ ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ରାଜ୍ୟ ସରକାରଙ୍କୁ କୋର୍ଟ ଷ୍ଟାଟସ ରିପୋର୍ଟ ମାଗିଥିଲେ । ଘଟଣାର ସବୁ ଦିଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁର ହାଟରେ ଟୀଏମସି ନେତା ଭାଦୁ ଶେଖଙ୍କ ହତ୍ୟା ପରେ ସମଗ୍ର ଜିଲ୍ଲାରେ ହିଂସା ଦେଖିବାକୁ ମିଳିଥିଲା । ଏହି ସମୟରେ ବାହାର ପଟୁ ଘରକୁ ବନ୍ଦ କରି ନିଆଁ ଲଗାଇ ଦିଆଯାଇଥିଲା । ଫଳରେ ୮ଜଣଙ୍କୁ ଜୀଅନ୍ତା ଜାଳି ମାରି ଦିଆଯାଇଥିବାବେଳେ ଅନେକ ଆହତ ହୋଇଥିଲେ ।