ଚେନ୍ନାଇରେ ଚୋରି ଅଭିଯୋଗ, ଘସିପୁରାରୁ ଅଭିଯୁକ୍ତ ଗିରଫ

କେଉଁଝର,ଏନ୍ଏନ୍ଏସ୍: ଚେନ୍ନାଇରେ ଚୋରି ଅଭିଯୋଗ ହୋଇଥିବାବେଳେ ଶନିବାର ଆନନ୍ଦପୁରର ଜଣେ ଅଭିଯୁକ୍ତଙ୍କୁ ତାମିଲନାଡୁ ପୁଲିସ ଗିରଫ କରିଛି। ଦକ୍ଷିଣ ଚେନ୍ନାଇରଥିରୁଭାନମ୍ୟୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଜଣଙ୍କ ଘରୁ ଅଗଷ୍ଟ ୧୪ତାରିଖରେ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା।

ସୂଚନା ଅନୁସାରେ ଥିରୁଭାନମ୍ୟୁର ଅଞ୍ଚଳର ଲିକାୟତ ଅଲ୍ଲୀଙ୍କ ଘରୁ ସୁନା ଅଳଙ୍କାର, ନଗଦ ଟଙ୍କା ଓ ବିଦେଶୀ ମୁଦ୍ରା  ଚୋରି ହୋଇଥିବା ଥିରୁଭାନମ୍ୟୁର ଥାନରେ ଅଭିଯୋଗ ହୋଇଥିଲା। ଘସିପୁରା ଥାନା ତରଣପାଳ ଗାଁ’ର ଗୌରାଙ୍ଗ ଜେନା ଓଶିବା ନାୟକ ଘରୋଇ ସହାୟକ ଭାବେ ସେଠାରେ କାମକରୁଥିଲେ। ତେବେ ଚୋରି ପରେ ସେମାନେ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେବା ପରେ ପୁଲିସ ଶୁକ୍ରବାର ସୋମନଙ୍କ ଘରେ ଚଢ଼ଉ କରି ଗୌରାଙ୍ଗକୁ ଗିରଫ କରିଥିବାବେଳେ ଶିବ ନାୟକ ଫେରାର ଥିବା ଜଣାଯାଇଛି।