ତାଲା ଭାଙ୍ଗି ମେଟାକାନି ମନ୍ଦିରରୁ ଚୋରି

ବରଗଡ,ଏନ୍ଏନ୍ଏସ୍: ବରଗଡ଼ ନିକଟସ୍ଥ ସରସରା-କଟାଟିକ୍ରାଠାରେ ଥିବା ମେଟାକାନୀ ମନ୍ଦିରର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ବିଲମ୍ବିତ ରାତିରେ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ମାଁ’ଙ୍କ ରୁପା ମୁକୁଟ ସମେତ ୯ଟି ରୂପା ଛତ୍ର ଚୋରି ହୋଇଥିବା ଜଣାପଡିଛି।

ସେହି ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ନେଇଯିବା ସହ କିଛି ଦୂରରେ ତାକୁ ପିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏ ନେଇ ମନ୍ଦିର କମିଟି ତରଫରୁ ବରଗଡ଼ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତ।