ଆଇଏଏସ୍ ଅଫିସରଙ୍କ ଘରୁ ଚୋରି

ଭୁବନେଶ୍ୱର,୨୫।୮/ଏନ୍ଏନ୍ଏସ୍: ବରିଷ୍ଠ ଆଇଏଏସ ଅଫିସର ତଥା ବୈଷୟକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଶ୍ରୀ ରଘୁ ଜିଙ୍କ ଘରୁ ଚୋରି ହୋଇଛି । ଘରେ କେହି ନଥିବା ବେଳେ ଦୁର୍ବୃତମାନେ ତାଲା ଭାଙ୍ଗି ଘରୁ ଲାପ୍ଟପ, ମୋବାଇଲ ଓ ଘଂଟା ଆଦି ଚୋରି କରି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ନୂଆପଲ୍ଲୀ ଥାନା ଗୋପବନ୍ଧୁ ଛକ ନିକଟରେ ଥିବା କ୍ୱାର୍ଟର୍ସ ନମ୍ବର ୪ଆର/୧୦ରେ ଆଇପିଏସ ଅଫିସର ଶ୍ରୀ ରଘୁ ଜି ଓ ପତ୍ନୀ ଢେଙ୍କାନାଳ ଏସପି ଭାବେ କାର‌୍ୟ୍ୟରତ ଅନୁପମା ଜେମ୍ସ ରହୁଛନ୍ତି । ଶୁକ୍ରବାର ସକାଳେ ଶ୍ରୀ ରେଘୁ ଜି ଅଫିସ ଯାଇଥିବା ବେଳେ ଘରେ କେହିନଥିଲେ । ରାତି ପ୍ରାୟ ୯ଟା ବେଳେ ଦୃର୍ବୃତମାନେ ତାଙ୍କ ଘର କବାଟ ତାଢ଼ି ଘର ଭିତରେ ପଶିଛନ୍ତି । ସବୁ ରୁମ୍ ତଲାସି କରିଛନ୍ତି । ହେଲେ ଟଙ୍କା କିଛି ସୁନା-ରୁପା ଅଳାଙ୍କାର ଭିତରେ ପଶିଥିଲେ। ଘରେ ଥିବା ଦୁଇଟି ହାତ ଘଡ଼ି, ଲାପ୍ଟପ, ମୋବାଇଲ୍ ଫୋନ ସହ ଅନ୍ୟାନ ଜିନିଷ ଚୋରି କରି ନେଇଥିଲେ ।

ରାତିରେ ଘରକୁ ଫେରି ରଘୁଜୀ ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ୨୪ ଘଂଟା ବିତି ଯାଇଥିଲେ ମଧ୍ୟ ପୁଲିସ୍ ଚୋରଙ୍କ ଟେର ପାଇପାରିନି । ଏନେଇ ଡିସିପି ଅପୁପ ସାହୁ କହିଛନ୍ତି, ଏତଲା ପରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।