ଓଟାୱା : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜେ ସ୍ୱତନ୍ତ୍ର ଭାବେ ଅଲଗା ହୋଇ ରହୁଥିବା ଘୋଷଣା କରିଛନ୍ତି । ଗେଗୋଏର ଲଣ୍ଡନ ଯାଇଥିଲେ । ସେଠାରୁ ବୁଧବାର କାନାଡା ଫେରିଥିଲେ । ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି କରାଯାଇ ସ୍ପଷ୍ଟ କରାଯାଇଛି ।