ଏହି ଯୁଦ୍ଧକୁ ଶେଷ କରିବାକୁ ପଡ଼ିବ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲେନସ୍କୀ ପୁଣିଥରେ ବୟାନ ଦେଇଛନ୍ତି । ଜେଲେନସ୍କୀ କହିଛନ୍ତି ଯେ, ଆମେ ରାଜଧାନୀ କୀଭ ସମେତ ଅନ୍ୟ ଜରୁରୀ ସହରକୁ ନିୟନ୍ତ୍ରଣ କରୁଛୁ। ଯେଉଁମାନେ ଆଗକୁ ଆସି ଆମକୁ ଯାହଯ୍ୟ କରିବାକୁ ଚାହୁଁଛନ୍ତି କରିପାରିବେ । ଆମେ ଅସ୍ତ୍ରଶସ୍ତ୍ର ଦେବୁ । ଆମକୁ ଏହି ଯୁଦ୍ଧ ଶେଷ କରିବାକୁ ପଡ଼ିବ । ଆମେ ଶାନ୍ତିରେ ବଞ୍ଚିପାରିବୁ ।

ସୂଚନାଯୋଗ୍ୟ, ଋଷରେ ଫେସବୁକ୍‌, ଇନଷ୍ଟାଗ୍ରାମ ଓ ଟ୍ୱିଟର କ୍ରାଶ ହୋଇଯାଇଛି । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ଲୋକଙ୍କୁ ସମସ୍ୟା ହେଉଛି ।