ଆମେରିକା ରାଷ୍ଟ୍ରପତିଙ୍କ ଦାବି, ମାସକ ଭିତରେ ଆସିବ କରୋନା ଟିକା

କରୋନା ଟିକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା। ମାସକ ଭିତରେ ଆସିପାରେ କରୋନା ଟିକା। ଏହି ଟିକା ଆସିବା ପରେ ଦୂର ହୋଇପାରେ କରୋନା ମହାମାରୀ। ପେନସିଲଭାନିଆରେ ଭୋଟରଙ୍କ ସହ ଟାଉନ ହଲ ପ୍ରଶ୍ନର ଉତ୍ତରରେ ଅଧିବେଶନରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଟିକା ପାଇବାରେ ଆମେ ନିକଟତର ହୋଇସାରିଲୁଣି।

ସେପଟେ ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ଡାକ୍ତର ଆନ୍ଥୋନୀ ଫ୍ୟୁସିଙ୍କ ସମେତ ଅନ୍ୟ ବିଶେଷଜ୍ଞ ମଧ୍ୟ ଚଳିତ ବର୍ଷ ଶେଷ ଆଡକୁ ଆମେରିକା କରୋନା ଟିକା ବାହାର କରିବାରେ ସଫଳ ହେବା ସମ୍ଭାବନା ଥିବା କହିଛନ୍ତି। ବର୍ତ୍ତମାନ ଆମେରିକାରେ କରୋନା ସଂକଟଜନକ ସ୍ଥିତି ସୃଷ୍ଟି କରିଛି। କେବଳ ଆମେରିକାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ କରୋନା।