ମାସ୍କ ତିଆରି କରି ଉଦାହରଣ କଲେ ଏସଏସଜି ଗ୍ରୁଫ

ବଲାଂଗୀର,ଏନ୍ଏନ୍ଏସ୍ : ବଲାଂଗୀର ସହରରେ ମାସ୍କ ଓ ସାନିଟାଇଜର ମିଳୁନଥିବା ବେଳେ ଗାୟତ୍ରୀ ସ୍ୱୟଂ ସହାୟିକା ଗୋଷ୍ଠି ଆଗକୁ ଆସି ଉଦାହରଣ ପେଶ କରିଛି । ଏହି ଗୋଷ୍ଠିର ମହିଳାମାନେ ଏବେ ମାସ୍କ ନିର୍ମାଣ କରୁଛନ୍ତି । ଗୋଷ୍ଠିର ୧୦ ଜଣ ମହିଳା ଏହି ମାସ୍କ ତିଆରି କରୁଛନ୍ତି । ବଜାରରେ ୫୦ ରୁ ୬୦ ଟଙ୍କାରେ ମାସ୍କ ବିକ୍ରି ହେଉଥିବା ବେଳେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ୨୫ ଟଙ୍କାରେ ବିକ୍ରି ହେଉଛି । ଇତି ମଧ୍ୟରେ ମହିଳାମାନେ ୧୦୦୦ରୁ ଅଧିକ ମାସ୍କ ତିଆରି କରି ବିକ୍ରି କରି ସାରିଲେଣି ।