ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ରାମମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ମୃତକ ଜଣେ ହେଲେ ୬୮ବର୍ଷ ମହିଳା। ପୁଅ ସହ କିଛି ଦିନ ତଳେ ମହିଳା ବିଦେଶରୁ ଫେରିଥିଲେ। ଉଭୟ ମା’ ପୁଅ କରୋନାରେ ଆକ୍ରାନ୍ତ ଥିଲେ। ବର୍ତମାନ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟ ୨କୁ ବୃଦ୍ଧି ପାଇଛି । ଗୁରୁବାର କର୍ଣ୍ଣାଟକରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।