‘ଖାଲି ପିଲି’ର ନୂଆ ଗୀତ ରିଲିଜ

ମୁମ୍ବାଇ,ଏଜେନ୍ସି : ବଲିଉଡ ଅଭିନେତା ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଅପକମିଂ ଫିଲ୍ମ ‘ଖାଲି ପିଲି’ର ନୂଆ ଗୀତ ‘ବିୟୋନ୍ସ ସରମା ଜାଏଙ୍ଗି…’ ରିଲିଜ ହୋଇଛି। ଗୀତଟିକୁ ବେଶ ପ୍ରଶଂସା କରିଛନ୍ତି ସିନେପ୍ରେମୀ। ଏହା ସହିତ ପ୍ରଶଂସକଙ୍କ କମେଣ୍ଟ ଦେଖିଲେ ମନେହେଉଛି ଈଶାନ ଓ ଅନନ୍ୟାଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତି ପାରିଛି। ଏହି ଗୀତରେ ଜବରଦସ୍ତ ଅନ୍ଦାଜରରେ ଲଟକା-ଝଟକା ଲଗାଇଛନ୍ତି ଅନନ୍ୟା। ଈଶାନ ଓ ଅନନ୍ୟାଙ୍କ ଉପରେ ପିକଚରାଇଜ ହୋଇଥିବା ଏ ଗୀତ ଇଣ୍ଟରନେଟରେ ଚହଳ ପକାଇସାରିଛି। ଏଥିରେ ଖୁବ ଗ୍ଲାମରସ ଓ ବିୟୁଟିଫୁଲ ନଜର ଆସୁଛନ୍ତି ଅନନ୍ୟା। ଟିଜର ଦେଖି ଏକଥା ମଧ୍ୟ କୁହାଯାଇପାରିବ ଯେ ଈଶାନଙ୍କ ସହିତ ଏଥର ଅନନ୍ୟା ମଧ୍ୟ ଆକସନ ଅବତାରରେ ଦେଖିବାକୁ ମିଳିବେ। ମସାଲା ମନୋରଞ୍ଜନଧର୍ମୀ ଫିଲ୍ମ ‘ଖାଲି ପିଲି’ର ନିର୍ଦ୍ଦେଶନା ଦେଇଛନ୍ତି ମକବୁଲ ଖାନ। ଏ ଫିଲ୍ମ ଜରିଆରେ ପ୍ରଥମଥର ଏକାଠି ଅଭିନୟ କରୁଛନ୍ତି ଈଶାନ ଓ ଅନନ୍ୟା।