କ୍ରିଜ୍ ଛାଡି ପିଲ୍ଡରଙ୍କ ସାମ୍ନାରେ ବ୍ୟାୟାମ କଲେ ପାକିସ୍ତାନୀ ଖେଳାଳୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ଏଜେନ୍ସି:  ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ  ଟେଷ୍ଟ ସିରିଜ ବେଳେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଯୋଗ୍ୟ, ବୁଧବାର ବ୍ୟାଟିଂ ପାଇଁ ପାକିସ୍ତାନ ଖେଳାଳୀ ରିଜୱାନ ପ୍ରସ୍ତୁତ ହେଉଥିଲେ। ଠିକ୍ ଏହି ସମୟରେ ହଠାତ ପାଖରେ ଛିଡ଼ା ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଫିଲ୍ଡର ଟମ୍ ଲ୍ୟାଥମଙ୍କ ପାଖକୁ ବ୍ୟାୟାମ କରିଥିଲେ। ଏହି ଭିଡିଓକୁ

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଛି। ଏହାସହ ଏଥିରେ କ୍ୟାପ୍ସନ ରହିଛି, ‘ମହମ୍ମଦ ରିଜୱାନ ଡ୍ୟାନ୍ସିଂ ପୋଜ ସହିତ ସେସନ ଆରମ୍ଭ କରିଛନ୍ତି। ଏଥିରେ ଜଣେ ପାକ୍ କ୍ରିକେଟ ପ୍ରେମୀ ଲେଖିଛନ୍ତି, ‘ଆମ ନୂଆ ଟେଷ୍ଟ ଅଧିନାୟକ ଏହି ମ୍ୟାଚକୁ ଉପଭୋଗ କରୁଛନ୍ତି।’