ଗୁଗୁଲରେ ସ୍ଥାନ ପାଇଲା ଓଡ଼ିଆ ଭାଷା ଦେଶ- ବିଦେଶରାଜ୍ୟ By Nitidin On Feb 28, 2020 Share ଗୁଗୁଲ ଆଣିଦେଇଛି ଓଡିଆ ୟୂଜର୍ସଙ୍କ ପାଇଁ ଖୁସିଖବର। ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ଏବେ ଯୂଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶଦ୍ଧକୁ ଓଡିଆରେ ଅନୁବାଦ କରିପରିବେ। କେବଳ ହିନ୍ଦୀ ଓ ଇଂରାଜୀ ନୁହେଁ ଅନ୍ୟ ଭାଷାକୁ ମଧ୍ୟ ଓଡିଆରେ ଅନୁବାଦ କରିହେବ ବୋଲି ଜଣା ପଡିଛି। ବିଶ୍ବର ଲୋକପ୍ରୀୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡିଆ ଭାଷା ଯୋଡି ହୋଇଛି। ଗୁଗୁଲ ତରଫର ଜାରି କରାଯାଇଥିବା ଘୋଷଣାରେ କୁହାଯାଇଛି ଯେ ଓଡିଆ ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଏହି ଅନୁବାଦରେ ସ୍ଥାନ ପାଇଛି। ଏବେ ହିନ୍ଦୀ ବଙ୍ଗାଳୀ ଓ ଅନ୍ୟ ଭାରତୀୟ ଭାଷା ପରି ଓଡିଆ ଭାଷାକୁ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ଏବେ ଏହି ଅନୁବାଦ ପରୀକ୍ଷାମୂଳକ ଭାବେ ରଖାଯାଇଛି ଓ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣଭାବେ ଉପଲବ୍ଧ ହେବ ବୋଲି ଗୁଗୁଲ ତରଫରୁ କୁହାଯାଇଛି। Share