ବଲାଙ୍ଗିର,ଏନ୍ଏନ୍ଏସ୍: ଗତକାଲି ସର୍ଚ୍ଚ ଅପରେସନରେ ୨ଜଣ ମହିଳା ମାଓବାଦୀ ନିହତ ହୋଇଥିବାବେଳେ ଆଜି ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ମାଓବାଦୀଙ୍କ ସଂଖ୍ୟା ବଲାଙ୍ଗିର-ବରଗଡ଼ ମହାସମୁନ୍ଦରେ କମିଛି । ଏଥିସହିତ ମୃତ ମାଓବାଦୀଙ୍କ ସମ୍ପର୍କରେ ଅଧିକ ତଦନ୍ତ ଚାଲଥିବା ନେଇ ଆଇଜିପି ଆଇପିଏସ୍ ଏ. ଠାକୁର କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପ୍ରଶାସନର ଭିତୁଲ କୁମାର (ଏଡିିଜି, ସିଆରପିଏଫ୍), ଆଇପିଏସ୍ ସଞ୍ଜୀବ ପଣ୍ଡା, ଆଇପିଏସ୍ ଆର୍ ସୁବର୍ଣ୍ଣୋ, ଆଇପିଏସ୍ ଏ.ସିଂ, ସିଆରପିଏଫ ଆଇଜି ଏସ୍.କେ ମହାନ୍ତି, ଏମ୍ଏମ୍ ଦାଶ (ଓଏସ୍ଏସ୍ଏଫ୍)ଙ୍କ ସହ ବଲାଙ୍ଗିର ଏସପି ନୀତିନ କୁଶଲକର ଓ ଜିଲ୍ଲା ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।