ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଜନସଂଖ୍ୟା ରେଜିଷ୍ଟାର(ଏନପିଆର)କୁ ମଙ୍ଗଳବାର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ତେବେ ନାଗରିକତା ଆଇନ-୨୦୦୩ରେ ଏନପିଆର ଅର୍ଥ ହେଲା ଯେ ଦେଶର ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ୱାର୍ଡମାନଙ୍କରେ ବସବାସ କରୁଥିବା ଲୋକମାନଙ୍କ ସମ୍ପୂର୍ଣ୍ଣ ବିବରଣୀ। ସୂଚନା ଅନୁସାରେ ଆଜି କ୍ୟାବିନେଟରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନପିଆରକୁ ଅପଡେଟ୍ କରିବା ପାଇଁ ମଞ୍ଜୁରୀ ମିଳିଛି।
୨୦୨୦ ଏପ୍ରିଲରୁ ଗୃହଗଣନା ଓ ୨୦୨୧ରେ ଜନଗଣନା ଚାଲିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ଆହୁରି ସରଳୀକରଣ କରିବାକୁ ଯାଇ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି।ଏହି ଆପ ଜରିଆରେ ଯେକେହି ନିଜର ତଥ୍ୟ ଦେଇପାରିବେ। ତେବେ ଏହି ଅପଡେଟ୍ ନେଇ କେନ୍ଦ୍ର ସରକାର ୩,୯୪୧ କୋଟି ଓ ଜନଗଣନା ନେଇ ୮,୭୫୪ କୋଟି ଖର୍ଚ୍ଚ ହେବାନେଇ ମଞ୍ଜୁର କରାଯାଇଛି।
ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ହିଂସା ଲାଗି ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଏନପିଆରକୁ ନେଇ ପୁଣି ମାନସମନ୍ଥନ ଆରମ୍ଭ ହୋଇଯାଇଛି।