ଗଣେଶ ପୂଜାରେ ଲଞ୍ଚ ହେବ ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ୪୪ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ ‘ଜିଓଫୋନ୍ ନେକ୍ସଟ’ ସମ୍ବନ୍ଧରେ ଘୋଷଣା କରିଛନ୍ତି। ଗୁଗୁଲ ଓ ଜିଓ ଟିମ୍ ମିଳିତ ଭାବେ ‘ଜିଓଫୋନ୍ ନେକ୍ସଟ’ ନାମକ ଏକ ସ୍ମାର୍ଟଫୋନ୍ ବିକଶିତ କରିଛନ୍ତି। ଏହା ଏକ ଫିଚର୍ଡ ସ୍ମାର୍ଟଫୋନ୍ ଯାହାକି ଗୁଗୁଲ ଓ ଜିଓର ଆପ୍ଲିକେସନକୁ ସମ୍ପୂର୍ଣ୍ଣ ରୂପେ ସୁହାଇବ। ଏହି ଫୋନଟି ସେପ୍ଟେମ୍ବର ୧୦ ଅର୍ଥାତ୍ ଗଣେଶ ଚତୁର୍ଥୀ ଅବସରରେ ବଜାରରେ ଉପଲବ୍ଧ ହେବ।

ମୁକେଶ ଅମ୍ବାନୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ‘ଜିଓଫୋନ୍ ନେକ୍ସଟ’ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ମଧ୍ୟରୁ ଅନ୍ୟତମ ହେବ। ଏଥିସହିତ ଭାରତକୁ ‘୨ଜି ମୁକ୍ତ ୫ଜି ଯୁକ୍ତ’ କରିବା ଲାଗି କାମ ଜାରି ରହିଛି।