୨୪ ଘଣ୍ଟା ନ ପୁରୁଣୁ ନିଖୋଜ ଯୁବତୀ ଉଦ୍ଧାର

ରାୟଗଡ଼ା,ଏନ୍ଏନ୍ଏସ୍: ସେଶଖାଲ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ଅଭିଯୋଗର ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତଙ୍କ ସହ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ। ସୂଚନା ଅନୁସାରେ, ଗତକାଲି ସେଶଖାଲ ଥାନା ଅଞ୍ଚଳର +୨ରେ ପଡୁଥିବା ୧୯ ବର୍ଷୀୟ ଉଷାରାଣୀ ( ଛଦ୍ମନାମ)ଙ୍କୁ ଜିମିଡିପେଟା ମାଲାସହିର ଏଜାଲା କ୍ରିଷ୍ଣାଙ୍କ ପୁଅ ଏଜାଲା ବଂଶୀ ଅପହରଣ କରି ନେଇଥିବା ସେଶଖାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ମାମଲାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ଆଜି ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲା ଅନ୍ତର୍ଗତ ସିତାନଗରମରୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି ସେଶଖାଲ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକାକା । ଆଜି ସେଶଖାଲ ଥାନାର ଏକ ଟିମ୍ ସିତାନଗରମ ଗାଁକୁ ଯାଇ ଉଭୟ ଯୁବକ ଏବଂ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିବାପରେ ଉଷାରାଣୀକୁ ତାଙ୍କ ମା ପି. ଓରାଲୁଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକ ଏଜାଲା ବଂଶୀକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବିଜୟଲକ୍ଷ୍ମୀ ସୂଚନା ଦେଇଛନ୍ତି ।