ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବନହରପାଲି ଇବ୍ ଥର୍ମାଲସ୍ଥିତ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ(ଓପିଜିସିର) ପ୍ରଥମ ୟୁନିଟକୁ ଗୁରୁବାର ବିଳମ୍ବିତ ରାତିରୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବନ୍ଦ କରାଯାଇଛି। ଫଳରେ ଏଥିରୁ ଉତ୍ପାଦିତ ହେଉଥିବା ୨୧୦ ମେଗାୱାଟ ବିଦ୍ୟୁତରେ ବ୍ୟାହତ ହୋଇଛି। ଏନେଇ ପ୍ରକଳ୍ପର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହିମାଂଶୁ ବେହାରଙ୍କୁ ପଚାରିବାରୁ କହିଛନ୍ତି ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଶୀଘ୍ର ଏହା ପୁନଃ କାର୍ଯ୍ୟକ୍ଷମ ହେବ।