ରାଜ୍ୟ ମହିଳା ମୋର୍ଚ୍ଚା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଏକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ପଞ୍ଚାୟତ ପୌର ନିର୍ବାଚନ ଥିବାରୁ ବୁଥସ୍ତରରୁ ମହିଳା ନେତ୍ରୀଙ୍କୁ ଚିହ୍ନଟ କରିବାକୁ ଗୁରୁତ୍ୱ ଦିଆଯାଇଛି।

ମହିଳା ମୋର୍ଚ୍ଚା ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ରଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସବୁ ଜିଲ୍ଲାର ମହିଳା ମୋର୍ଚ୍ଚା ଅଧିକାରୀମାନେ ଯୋଗଦେଇଥିଲେ।

ଏହି ଅବସରରେ ସ୍ମୃତି ପଟ୍ଟନାୟକ କହିଥିଲେ ଯେ ମହିଳା ମାନେ ସ୍ୱୟସମ୍ପନ ହେବା ସହିତ ସଙ୍ଗଠନକୁ ମଜବୁଥ କରିବା ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୁଳ ସ୍ତରକୁ ନେବାକୁ ସେ ଅହ୍ୱାନ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ ଦଳକୁ ଆଗକୁ ନେବାରେ ମୋର୍ଚ୍ଚାର ଭୂମିକା,ସଂଘର୍ଷ ଓ ମୋଦୀ ସରକାରଙ୍କ ମହିଳାଙ୍କ ପାଇଁ ହୋଇଥିବା ଯୋଜନାକୁ ଘରେ ଘରେ ପହଞ୍ଚାଇବା ଅବଶ୍ୟକ। ଯେ ପର‌୍ୟ୍ୟନ୍ତ ମହିଳା ମାନଙ୍କୁ ନେତୃତ୍ୱ ନେବାର ଅଧିକାର ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ମହିଳାଙ୍କ ସଶକ୍ତୀକରଣ ଏବଂ ସମାଜର ଅଗ୍ରଗତି ହେବ ନାହିଁ ବୋଲି ସେ କହିଥିଲେ।