ପୁଅର ଠେଙ୍ଗାମାଡରେ ବାପା ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ରଙ୍ଗିଆଟିକ୍ରା ଗ୍ରାମରେ ଗତକାଲି ରାତିରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ରଙ୍ଗିଆ ଟିକ୍ରା ଗ୍ରାମର ଗୋବିନ୍ଦ ମୁଣ୍ଡା(୬୦)ଓ ତାଙ୍କ ପୁଅ ଅମୁଲ୍ୟ(୩୫) ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ଅମୁଲ୍ୟ ବାପାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲା। ଏହାପରେ ଏକ ଟାଙ୍ଗିଆରେ ଆକ୍ରମଣ ପାଇଁ ଗୋଡାଉଥିଲା।  ଏହାଦେଖି ଗୋବିନ୍ଦଙ୍କ ସାନପୁଅ ଗଣ ମୁଣ୍ଡା ବାପାଙ୍କୁ ଉଦ୍ଧାର କରି ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀ ପୂଜା ମଣ୍ଡପକୁ ନେଇଯାଇ ସେଠାରେ ଆଶ୍ରୟ ଦେଇଥିଲେ। ତେବେ ଆଜି ସକାଳେ ଉକ୍ତ ମଣ୍ଡପରେ ଗୋବିନ୍ଦଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ଓ ତାଙ୍କ ସାନପୁଅ ଅମୁଲ୍ୟକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଦେବଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ଅମୁଲ୍ୟକୁ ଥାନାକୁ ନେଇଛି।