ଝାରସୁଗୁଡା,ଏନ୍ଏନ୍ଏସ୍: ଆୟ ବର୍ହିଭୂତସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀଲ୍ଲିପ ପଟେଲଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଆସନ୍ତା ୧୬ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ପ୍ରକାଶ ଯେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀଲ୍ଲିପ ପଟେଲଙ୍କ ଘରେ ବୁଧବାର ସକାଳେ ଭିଜିଲାନ୍ସ ଦଳ ପକ୍ଷରୁ ଚଢ଼ଉ ହୋଇଥିଲା।ଭିଜିଲାନ୍ସ ଦଳ ଶ୍ରୀ ପଟେଲଙ୍କ ବ୍ୟାଙ୍କ ବାଲାନ୍ସ, ଜମିବାଡି, ଘର, ବିଭିନ୍ନ ଖାତାପତ୍ର ଆଦିର ତର୍ଜମା ପରେ ୩ କୋଟି ୩୫ ଲକ୍ଷ ୮୨ ହଜାର ୬ଶହ ୪୧ ଟଙ୍କାର ସମ୍ପତ୍ତି ଠାବ କରିଥିଲା।