ଶାହଙ୍କ ଆଶୁ ଆରୋଗ୍ୟ କାମନା କଲା ଜିଲ୍ଲା ବିଜେପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଝଣ୍ଡା ଛକସ୍ଥିତ ହନୁମାନ ମନ୍ଦିରରେ ଦୀପ ଜାଳି ପୂଜର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ, ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିମଳେନ୍ଦୁ ଭୋଳ, ରାଜ୍ୟ ଉପସଭାପତି ପୁରୁଷୋତ୍ତମ ଥିରାନୀ, ଅଶୋକ କେଡିଆ, ବିକାଶ ନାନକାନୀ, ଗୁଡ୍ଡୁ ମୋଦୀ, ରାଜା ସିଂ, ରବୀନ୍ଦ୍ର ଜେନାଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।