ଆସନ୍ତା ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟରେ ଯୋଗ ନଦେବାକୁ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି ଜିଲ୍ଲା By Nitidin Last updated Sep 8, 2020 Share କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସିଭିଲ କୋର୍ଟର କେତେକ କର୍ମଚାରୀଙ୍କୁ କରୋନା ହୋଇଥିବା ଜଣାପଡିବାପରେ ସିଭିଲ କୋର୍ଟକୁ ଆଗାମୀ ୧୦ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ୍ । ଏଭଳି ସ୍ଥିତିରେ କୋର୍ଟ ପରିସରର କର୍ମଚାରୀ କରୋନା ସଂକ୍ରମିତ ହେବାକୁ ନେଇ ଜିଲ୍ଲା ଓକିଲ ସଂଘର ଅନ୍ତରୀଣ କମିଟି ପକ୍ଷରୁ ମଙ୍ଗଳବାର ଏକ ଜରୁରୀ ବୈଠକ ହୋଇଥିଲା। ଏହି ବୈଠକରେ ଅନ୍ତରୀଣ କମିଟିର ସମ୍ପାଦକ ଅଶୋକ କୁମାର ଦାସ, ସଦସ୍ୟ ବାରିଷ୍ଠ ଆଇନଜୀବୀ ଆଶିଷ ଚକ୍ରବର୍ତ୍ତୀ, ସଦସ୍ୟ ଆନନ୍ଦ କୁମାର ସାହୁ, ସଦସ୍ୟ ପ୍ରଦୀପ୍ତ କୁମାର ମିଶ୍ର ଯୋଗ ଦେଥିଲେ । ବୈଠକରେ ଆସନ୍ତା ୧୦ରୁ ୧୫ତାରିଖ ପର୍ଯ୍ୟନ୍ତ ଓକିଲ ସଂଘର ସଦସ୍ୟ/ସଦସ୍ୟାମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ଜିଲ୍ଲା ତଥା ଦୌରାଜଜ୍, ଏବଂ କେନ୍ଦୁଝର ଜିଲ୍ଲାପାଳଙ୍କୁ ମଧ୍ୟ ସଙ୍ଘ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ତେବେ ଉକ୍ତ ସମୟ ମଧ୍ୟରେ ମାନ୍ୟବର ଜିଲ୍ଲା ତଥା ଦୌରାଜଜ୍ ଭର୍ଚୁଆଲ ମୋଡ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜରୁରୀ କୋର୍ଟ କାମ କରିବାକୁ ସଙ୍ଘ ତରଫରୁ ନିବେଦନ କରାଯାଇଛି । ଏଥିସହ ଜିଲ୍ଲା ଓକିଲ ସଂଘର ଯେଉଁ ସଦସ୍ୟ/ସଦସ୍ୟାମାନେ କରୋନା ପରୀକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କ ନମୁନା ପରୀକ୍ଷାରେ ଜିଲ୍ଲା ମୁଖ୍ୟ ଚିକିତ୍ସ ଆଧିକାରୀ ପଦକ୍ଷେପ ନେବାକୁ ମଧ୍ୟ ଓକିଲ ସଂଘ ଲିଖିତ ନିବେଦନ କରିଥିବା ସଙ୍ଘର ସମ୍ପାଦକ ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି। Share