ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ । ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ଯାଏ ସମାନ ଦିଗରେ ଯିବ । ୧୦ ପରେ ବାତ୍ୟା ଦିଗ ବଦଳାଇବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବା ପରେ ଦିଗ ବଦଳାଇ କ୍ରମେ ଉତ୍ତର ପୂର୍ବକୁ ଗତି କରିବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।