ନୂଆଦିଲ୍ଲୀ,ଏଜେନ୍ସି: ୨୦୨୧ ମାର୍ଚ୍ଚ ସୁଦ୍ଧା ଦେଶରେ କୋଭିଡ୍-୧୯ ଟିକା ଉପଲବ୍ଧ ହେବ ବୋଲି ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଟିକା ପ୍ରସ୍ତୁତି ଦି ଠାରୁ ଆରମ୍ଭ କରି ଏହାର ସୁରକ୍ଷିତ ଦିଗ, ମୂଲ୍ୟ, ଯୋଗାଣ ବ୍ୟବସ୍ଥା ଏବଂ ଉପଲବ୍ଧତାକୁ ନେଇ ନିୟମିତ ଆଲୋଚନା ଜାରି ରହିଥିବାବେଳେ ପ୍ରଥମେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ବ୍ୟୟ କ୍ଷମତା ନଥିବା ସତ୍ୱେ ଟିକା ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ଟିକା ଉପଲବ୍ଧ କରାଯିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଟିକାର ସୁରକ୍ଷା ଦିଗକୁ ନେଇ ଏବେ ସାଧାରଣରେ ବିଭିନ୍ନ ବିଷୟ ଆଲୋଚନା କରାଯାଉଛି। କିନ୍ତୁ ଏହାକୁ ନେଇ କୌଣସି ସନ୍ଦେହ ପ୍ରକଟ କରିବାର ଆବଶ୍ୟତା ନାହିଁ। ଟିକା ଉପଲବ୍ଧ ହେଲେ ତାହାର ସୁରକ୍ଷା ଦିଗକୁ ନେଇ ସେ ନିଜେ ତାଙ୍କ ଶରୀରରେ ପରୀକ୍ଷା କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି।