ଅଙ୍ଗଦାନ ସଚେତନତା ପାଇଁ ଦମ୍ପତିଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଙ୍ଗଦାନ ସଚେତନତା ପାଇଁ ନିୟାରା ପ୍ରୟାସ ଆରମ୍ଭ କରିଛନ୍ତି ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅନ୍ତର୍ଗତ କେଶରପୁର ଗ୍ରାମର ଏକ ଦମ୍ପତି। ମୃତ୍ୟୁ ପରେ ନିଜ ଅଙ୍ଗକୁ ଅନ୍ୟମାନଙ୍କୁ ପାଇଁ ଦାନ ପାଇଁ ଆଗୁଆ ଚୁକ୍ତି କରିଥିବା ଏହି ଦମ୍ପତି ହେଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀ ସୃଷ୍ଟି ପାଣିଗ୍ରାହୀ। ଅଙ୍ଗଦାନ କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରୁଛନ୍ତି ଉଭୟ ସୌମ୍ୟରଞ୍ଜନ ଓ ସୃଷ୍ଟି।

ସୌମ୍ୟରଞ୍ଜନ ପେଶାରେ ଜଣେ ବ୍ୟବସାୟୀ ହୋଇଥିବାବେଳେ ସୃଷ୍ଟି ହେଉଛନ୍ତି ଗୃହିଣୀ। ଏହି ଦମ୍ପତି ୨ବର୍ଷ ହେବ ନିଜର ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଥିବାବେଳେ ଚଳିତ ବର୍ଷ ପରିବାରର ସମସ୍ତ ସଦସ୍ୟଙ୍କର ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ ତାଙ୍କର ଏକ ଛୋଟ ଝିଅର ମଧ୍ୟ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିବା ସୌମ୍ୟରଞ୍ଜନ କହିଛନ୍ତି। ଏଥିପାଇଁ ଦୁହେଁ ସମସ୍ତଙ୍କୁ ଅଙ୍ଗଦାନ ସମ୍ପର୍କରେ ବୁଝାଇବା ସହ ଅଙ୍ଗଦାନ କରିବାକୁ ସଚେତନା କରାଉଛନ୍ତି। ସାଙ୍ଗ,ସାଥୀ, ବନ୍ଧୁ ପରିଜନଙ୍କ ସମେତ ସୋସିଆଲ ମିଡିଆରେ ମଧ୍ୟ ସଚେତନ କରାଉଛନ୍ତି। ତେବେ ତାଙ୍କର ଏହି ସଚେତନାମୂଳକ ଉଦ୍ୟମ କେବଳ ଭଦ୍ରକରେ ସୀମିତ ହୋଇ ରହିନାହିଁ ବରଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକମାନେ ତାଙ୍କଦ୍ୱାରା ପ୍ରେରିତ ହୋଇଛନ୍ତି।

୨ବର୍ଷ ମଧ୍ୟରେ ସେ ୫୦ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପଞ୍ଜୀକରଣ କରିଥିବା କହିଛନ୍ତି। ଏହି ମହାନ କାର୍ଯ୍ୟ ପାଇଁ ଉକ୍ତ ଦମ୍ପତିଙ୍କୁ ‘ଦଧିଚି ସମ୍ମାନ’ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି ଜୀବନ ଦୀପ ଲିଭିଗଲା ପରେ ଶରୀର ବି ଲିଭିଯାଏ। କାରଣ ଜୀବନ ଚାଲିଗଲେ ଶରୀରର ସତ୍ତା ନଥାଏ। ତେଣୁ ଶରୀରକୁ ପୁନର୍ଜୀବିତ କରିବାକୁ ନିଜର ଅଙ୍ଗଦାନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।