ପାଣି ସୁଅରେ ଭାସିଗଲା କାର, ଅଳ୍ପକେ ବର୍ତ୍ତିଲେ ୨ 

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ସିଆଁ ଜୋର ନିକଟସ୍ଥ ପୋଲଦେଇ ଯାଉଥିବା ଏକ କାରକୁ ଭସାଇ ନେଇଛି ପାଣି ସୁଅ। ତେବେ କାର ଚାଳକ ଓ ଅନ୍ୟ ଜଣେ ସହଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। କାର ଭାସି ଯାଉଥିବା ବେଳେ ପୋଲ ନିକଟରେ ଥିବା ଏକ ଗଛକୁ ଉଭୟେ ଜାବୁଡି ଧରି ରକ୍ଷା ପାଇଛନ୍ତି। ସୂଚନା ଅନୁଯାୟୀ ରାଉରକେଲା ଛେଣ୍ଡ କଲୋନୀର ହିମାଂଶୁ ନାୟକ ଓ ଚିନ୍ମୟ ଦାସ ଏକ କାରରେ ରାଉରକେଲାରୁ ଅନୁଗୁଳ ଯାଉଥିଲେ। ବାଟରେ ପଡୁଥିବା ସିଆଁ ପୋଲ ଅତିକ୍ରମ କରୁଥିବା ସମୟରେ ପାଣି ସୁଅରେ ଭାସି ଯାଇଥିଲା କାର। ହିମାଂଶୁ ଏବଂ ଚିନ୍ମୟ ପାଖ ଗଛ କୁ ଜାବୁଡି ଧରି ନିଜକୁ ରକ୍ଷା କରିଥିଲେ। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା।