କିଡନୀ ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ କିଡନୀ ପ୍ରତ୍ୟୋରୋପଣ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି। କିଡନୀ ପ୍ରତ୍ୟାରୋପଣ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଥିଲା। ହେଲେ ଗତ ମାସ ଭିତରେ ଦୁଇଦୁଇଟି ବ୍ରେନ୍ ଡେଡ୍ ରୋଗୀଙ୍କ କିଡନୀ ଦାନ ଫଳରେ ୪ ଜଣ ରୋଗୀଙ୍କ ଜୀବନରେ ନୂଆ ଆଶାର ଅଲୋକ ସୃଷ୍ଟି ହୋଇଛି। ଓଡ଼ିଶାରେ ବ୍ରେନଡେଡ୍ ରୋଗୀଙ୍କ ଦାନ କରିବା ଦିଗରେ ମାନବିକତାର ମାର୍ଗ ସୃଷ୍ଟି ହୋଇଛି। ଏହି ମହତ୍ ଦାନ ଜନସାଧାରଣଙ୍କ ମନରେ ଏକ ଆନ୍ଦୋଳନ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି।

ସୁଚିତ୍ରା ଦାଶ କିଡନୀ ଦାନ କରି ୨ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି। ପରିବାରକୁ ସୂରଜ ଯୋଜନାରେ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। କିଡନୀ ପ୍ରତ୍ୟାରୋପଣ କରିଥିବା ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱରରେ ବ୍ରେନଡେଡରେ ମୃତ୍ୟୁବରଣ କରିଥିବା ସୁଚିତ୍ରା ଦାଶଙ୍କ କିଡ୍ନୀ କଢ଼ାଯାଇ ଜଗନ୍ନାଥ ସୁର ଓ ମୀନତି ସାମନ୍ତରାୟଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ଆପୋଲୋ ଡାକ୍ତର ଓ ବିଶେଷଜ୍ଞ ପରୀକ୍ଷା ନିରୀକ୍ଷା କରିବା ପରେ ଏହି ଅପରେସନ କରିଥିଲେ। ସଫଳତାର ସହ ତାଙ୍କ ଦେହରୁ କିଡ୍ନୀ କଢ଼ାଯାଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ସୁରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା। ଅନ୍ୟଟି ଆମ୍ରି ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ଲାଗିଥିଲା। ପୁଣିଥରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ କାଡାଭରିକ ପ୍ରତ୍ୟାରୋପଣ କରି ଇତିହାସ ରଚିଛି ଓଡ଼ିଶା। ଆଗରୁ ସେହିପରି ପ୍ରିୟଙ୍କ କିଡନୀ ଦେଇ ଅମର ରହିଛନ୍ତି।