କୋଲକତା : ବିମାନରେ ଯାତ୍ରା ସମୟରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଫଳରେ ବିମାନଟିକୁ ;କାଲକତାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।
ସୂଚନା ଅନୁଯାୟୀ, କାତାର ଏୟାରୱେଜ୍ର ବିମାନଟି ଦୋହାରୁ ବ୍ୟାଙ୍କକର ସୁବର୍ଣ୍ଣଭୂମି ଯାଉଥିଲା । କିନ୍ତୁ ଉଡ଼ାଣ ସମୟରେ ବିମାନ ଭିତରେ ଥାଇଲାଣ୍ଡର ଜଣେ ମହିଳା ସନ୍ତାନ ଜନ୍ମ ଦେଇଥିଲେ । ଏହା ପରେ ବିମାନକୁ ଜରୁରୀ ଅବତରଣ କରିବାକୁ ପାଇଲଟ୍ ଚାହିଁଥିଲେ । କୋଲକତା ନିକଟ ଦେଇ ବିମାନ ଯାଉଥିବାରୁ କୋଲକତା ବିମାନବନ୍ଦର ଏଟିସି ସହ ଯୋଗାଯୋଗ କରାଯାଇଥିଲା । ଏଟିସିର ଅନୁମତିକ୍ରମେ ବିମାନଟି କୋଲକତାରେ ଜରୁରୀ ଅବତରଣ କରିଥିଲା । ଉଭୟ ମା’ ଏବଂ ନବଜାତ ଶିଶୁଙ୍କୁ କଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।