ଓଡ଼ିଶାରେ ପହଞ୍ଚିଲା ୨୦ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ମଙ୍ଗଳବାର ରାଜ୍ୟରେ ୫ହଜାର ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ଆସିଥିବାବେଳେ ଆଜି ଆଉ ୨୦ହଜାର ରାପିଡ୍ ଆଣ୍ଟିଜେନ ଟେଷ୍ଟ୍ କିଟ୍ ଆସି ପହଞ୍ଚିଛି। ଆସିଥିବା ଏଇ ଟେଷ୍ଟ କିଟ୍ ମଧ୍ୟରୁ କଟକ  ଏସସିବିକୁ ୧୫ଶହ, ଅନ୍ୟ ୫ଟି ମେଡିକାଲ କଲେଜକୁ ହଜାରେ ଲେଖାଏଁ କିଟ୍ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୫ଶହ କିଟ୍ ଯୋଗାଇ ଦିଆଯାଇଛି ବୋଲି ଆଇସିଏମ୍ଆର ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।  ଗଞ୍ଜାମ ଜିଲ୍ଲାକୁ ୩ ହଜାର, ଗଜପତି ଜିଲ୍ଲାକୁ ୫ଶହ ଓ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।