ଜମ୍ମୁ-କଶ୍ମୀରରେ ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ରାଜଧାନୀ ଶ୍ରୀନଗରରେ ଆଜି ହୋଇଥିବା ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂତ୍ର ଅନୁସାରେ, ସହରର ଜୁନିମାର ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ସର୍ଚ୍ଚିଂ ପ୍ରକ୍ରିୟା ସମୟରେ ଆତବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚାଳନା  କରିଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେବା ସମୟରେ ଉଭୟ ପକ୍ଷରୁ ଗୁଳିଚାଳନା ହୋଇଥିଲା। ଏଥିରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଅପରେସନ ଏବେ ବି ଜାରି ରହିଛି। ଏଥିସହିତ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦୀ ଅଭିଯାନରେ ଚଳିତ ବର୍ଷ ସୁରକ୍ଷାକର୍ମୀ ପାଖାପାଖି ୧୧୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଜୁନ୍ ୧୯ ତାରିଖରେ ଘାଟିର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ୮ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଜମ୍ମୁ-କଶ୍ମୀର ପୁଲିସ ଡିଜି ଦିଲବାଗ କହିଛନ୍ତି କି, ଏ ସମସ୍ତ ଆତଙ୍କବାଦୀ ଲସ୍କର-ଏ-ତେୟବା ଓ ଜୈସ-ଏ-ମହମ୍ମଦ ସହିତ ଜଡ଼ିତ।