ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରର ଉରି ଅଞ୍ଚଳରୁ ଗିରଫ ହୋଇଥିବା ଆତଙ୍କବାଦୀ ଅଲ୍ଲୀ ବାବର ଆଜି କ୍ୟାମେରା ସାମ୍ନାରେ ପାକିସ୍ତାନର ଗୁମର ଖୋଲିଦେଇଛି। ସେ ସ୍ୱୀକାର କରିଛି ଯେ ତାକୁ ପାକିସ୍ତାନ ଉରି ଆକ୍ରମଣ ପାଇଁ ପଠାଇଥିଲା। ଏଥିସହ ସେ କହିଛି କି ପାକିସ୍ତାନ ସେନା ତାକୁ ଟ୍ରେନିଂ ଦେଇଛନ୍ତି। ୯ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନରେ ୩ ସପ୍ତାହ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଇଥିଲା। ଏଥିସହିତ ଲସ୍କର-ଏ-ତୋଏବା ସହିତ ମିଶିବା ପାଇଁ ଆଇଏସଆଇ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲା।
ଫାକ୍ଟ୍ରିରେ କାମ କରିବା ସମୟରେ ଆଇଏସଆଇ ଓ ଲସ୍କରର ଆତଙ୍କବାଦୀଙ୍କ ସହ ଦେଖା ହୋଇଥିଲା। ବାବର ଆହୁରି କହିଛି କି ଗରିବ ଓ ଅନାଥ ପିଲାମାନଙ୍କୁ ନେଇ ଲସ୍କର ସଂଗଠନ ଆତଙ୍କବାଦୀ ତିଆରି କରୁଛି। ସେ କହିଛି କି ଆମକୁ କୁହାଗଲା ଯେ କଶ୍ମୀରୀଙ୍କ ଉପରେ ଜୁଲମ ହେଉଛି। ସୂଚନା ଅନୁସାରେ ଅଲ୍ଲୀ ବାବରକୁ ଭାରତୀୟ ସେନା ଗତକାଲି ଗିରଫ କରିଥିଲା।
First video of #Pakistani terrorist #AliBabar caught yesterday by #IndianArmy while infiltrating LoC. Full on @ABPNews pic.twitter.com/z3Rt8Bf9NS
— Neeraj Rajput (@neeraj_rajput) September 29, 2021