ଜାମୁକାଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

କାଶ୍ମୀର,ଏଜେନ୍ସି: ଜାମୁକାଶ୍ମୀରରେ ଯବାନ ଓ ଆତଙ୍କବାଦ ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଯବାନମାନେ ଗାଡିରେ ଯାଉଥିବାବେଳେ ଶନିବାର ରାମବାନ ଅଞ୍ଚଳରବଟୋଟରେ ୨- ୩ଜଣ ଆତଙ୍କବାଦୀ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ତେବେ ଏଥିରେ ଉଭୟ ପକ୍ଷରୁ କିଛି କ୍ଷତି ହୋଇନଥିବା ବେଳେ ଗୁଳିବିନିମୟ ଜାରି ରହିଛି।

 

ଗୁଇନ୍ଦା ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ‘ଜାମାତ୍– ଅଲ୍ ୩ରୁ ୪ହଜାର ଆତଙ୍କବାଦୀ ଅକ୍ଟୋବରରେ ସୀମାରେଖାରେ ଅନୁପ୍ରବେଶ କରିବେ। ଏ ନେଇ ପୂର୍ବରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଗୁଇନ୍ଦା ରିପୋର୍ଟ ଦେଇଥିଲା। ‘ଜମାତ୍– ଅଲ୍’ ୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ସୟିଦର ନୂଆ ସଂଗଠନ।