ଶ୍ରୀନଗର: ଶ୍ରୀନଗରର ଜମାଲାଟା ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ ଯବାନ ଆହତ ହୋଇଛନ୍ତି। ଏନେଇ ଜମ୍ମୁ କାଶ୍ମୀର ପୁଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଜମ୍ମୁ-କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି, କେହି ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହି ପୋଲିସ କର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ପୁଲିସ ପକ୍ଷରୁ ମଧ୍ୟ କଡା ଯବାବ ଦିଆଯାଇଥିଲା। ତେବେ ଉଭୟ ପଟରୁ କିଛି ସମୟ ଗୁଳି ବିନିମୟରେ ଜଣେ ପୋଲିସ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ କର୍ଡନ କରି ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନକୁ କଡାକଡି କରିଛି। ତେବେ ଆତଙ୍କୀ ଗୋଷ୍ଠୀଙ୍କ ସମ୍ପର୍କରେ କିଛି ତଥ୍ୟ ମିଳି ପାରିନାହିଁ।