ଜାମ୍ମୁ ଓ କଶ୍ମୀରର ସୋପୋରିରେ ଆତଙ୍କବାଦୀ ଆକ୍ରମଣ; ଜଣେ ଯବାନ ସହିଦ, ଜଣେ ସାଧାରଣ ନାଗରିକ ମୃତ

ଶ୍ରୀନଗର,ଏଜେନ୍ସି: ବାରମୂଳା ଜିଲ୍ଲା ସୋପୋରି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୩ ଜଣ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସୋପୋରିର ଆଦର୍ଶ ସହରରେ ଥିବା ରାଜପଥ ବାଇପାସର ଗୋଟିଏ ଚେକପୋଷ୍ଟରେ ଜାମ୍ମୁ-କଶ୍ମୀର ପୁଲିସ ଓ ସିଆରପିଏଫ୍ ଯବାନ ଥିବାବେଳେ ହଠାତ୍ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ସେହିପରି ସିଆରପିଏଫର ଅନ୍ୟ ୩ ଜଣ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଭାରତୀୟ ସେନା ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ତଲାସ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି।