ଆତଙ୍କବାଦୀ ଆକ୍ରମଣ: ୩ ପୁଲିସକର୍ମୀ ସହିଦ

ଜମ୍ମୁ-କଶ୍ମୀର: ସୋପୋରର ଆରମପୋରାରେ ପୁଲିସ ଓ ସିଆରପିଏଫର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିର ୩ଜଣ ପୁଲିସକର୍ମୀ ସହିଦ ହୋଇଥିବାବେଳେ ୩ଜଣ ସାଧାରଣ ନାଗରିକ ଜୀବନ ହାରିଛନ୍ତି। ଅନ୍ୟପଟେ ବହୁ ଲୋକ ଆହତ ହୋଇଛନ୍ତି। ଏବେ ଆତଙ୍କବାଦୀଙ୍କୁ ଖୋଜା ପ୍ରକ୍ରିୟା ଜାରି ରହିଛି।

କଶ୍ମୀର ଆଇଜୀ ବିଜୟ କୁମାର କହିଛନ୍ତି ଯେ, ସୋପୋରରେ ହୋଇଥିବା ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈୟବାନର ହାତ ରହିଛି।