ଦକ୍ଷିଣ ଭାରତରେ ଆତଙ୍କୀ ହମଲା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ସାର କ୍ରିକ୍ ଠାରେ ଅଜଣା ବୋଟ୍ ପଡିଥିବାର ସନ୍ଧାନ ମିଳିଛି ବୋଲି ସୋମବାର ଭାରତୀୟ ସେନା ସୂଚନା ଦେଇଛି।

ଦକ୍ଷିଣାଞ୍ଚଳ କମାଣ୍ଡିଂ ଇନ୍ ଚିଫ୍ ଲେପ୍ଟେନାଣ୍ଟ ଜେନେରାଲ ଏସକେ ସାଇନି କହିଛନ୍ତି ଯେସମୁଦ୍ର ଦେଇ କିଛି ଆତଙ୍କବାଦୀ ପଶିଆସିଥିବା ସୂଚନା ମିଳିଛି। କେତେଗୁଡିଏ ବୋଟ୍ ସାର କ୍ରିକ୍ ଅଞ୍ଚଳର ପରିତ୍ୟକ୍ତ ଜାଗାରୁ ମିଳିଛି। ତେବେ ସବୁ ଦିଗରୁ ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ଆତଙ୍କବାଦୀ ହମଲାକୁ ଆଖି ଆଗରେ ରଖି କେରଳ ପୁଲିସ ମୁଖ୍ୟ ସମସ୍ତ ଜିଲ୍ଲା ଏସପିକୁ ସଜାଗ ରହିବାକୁ କୁହାଯାଇଛି। ବିଶେଷ କରି ରେଳ ଷ୍ଟେସନ, ଏୟାରପୋର୍ଟ ଓ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।