ରୀତେଶଙ୍କ ଭୟାନକ ଭିଡିଓ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବଲିଉଡ ଅଭିନେତା ରୀତେଶ ଦେଶମୁଖ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ମାତ୍ରେ ମନରେ ଭୟ ସୃଷ୍ଟି ହେଉଛି। ଏହାକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ ନୁହେଁ। ଏହି ଭିଡିଓରେ ଦେଖିବାକୁ ମିଳୁଛି, ରୀତେଶ ନିଜର କେଶ କାଟି ଲଣ୍ଡା ହୋଇଛନ୍ତି। ସେ ସିଡିରେ ବସୁଛନ୍ତି। ଅଳ୍ପ ସମୟ ପରେ ତାଙ୍କର ମୁଣ୍ଡଟି ଶରୀରରୁ ଅଲଗା ହୋଇ ସିଡିର ରେଲିଂରେ ତଳକୁ ଖସିବାରେ ଲାଗୁଛି। ପ୍ରଶଂସକଙ୍କୁ ମନୋରଞ୍ଜନ ଦେବା ପାଇଁ ରୀତେଶ ଏ ଭିଡିଓର ପରିକଳ୍ପନା କରିଛନ୍ତି, ଯାହାକୁ ସୋସିଆଲ ମିଡିଆରେ ବାରମ୍ବାର ଦେଖୁଛନ୍ତି ପ୍ରଶଂସକ। ଭିଡିଓ ସେୟାର କରିବା ସହିତ ରୀତେଶ ଲେଖିଛନ୍ତି – ‘କରୋନା ଭାଇରସର ଭୟ ଭିତରେ ମଜାକ କରିବା ସମୟ। ହେଡୱାକ।’ ରୀତେଶଙ୍କ ଏହି ଭିଡିଓଟିକୁ ଉପଭୋଗ କରିବା ସହିତ ପ୍ରଶଂସକ ଜମାଣିଆ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହା ପୂର୍ବରୁ ରୀତେଶ ନିଜର ଚନ୍ଦାମୁଣ୍ଡ ଲୁକ ଭିଡିଓ ସେୟାର କରିବା ସହ ଲେଖିଥିଲେ – ‘ମେ ହୁଁ ଖଲନାୟକ। ମ୍ୟାଜିକ ମିରର।’