କାଶ୍ମୀର,ଏଜେନ୍ସି: କାଶ୍ମୀର ବିଭାଗର କୁପୱାରା ଜିଲ୍ଲାରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ଘୃଣ୍ୟ ଷଡଯନ୍ତ୍ର ପଣ୍ଡ ହୋଇଛି। ଆତଙ୍କବାଦୀମାନେ ଅରାମପୋରାର ସୋପୋର-କୁପୱାରା ବ୍ରିଜତଳେ ବିସ୍ଫୋରକ ସାମଗ୍ରୀ ରଖିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ପରେ ସିଆରପିଏଫ୍ ଏବଂ ସେନାର ରାସ୍ତା ଖୋଲିବା ଦଳ ଏହାର ଯାଞ୍ଚ କରି ବୋମା ନିଷ୍କାସନକାରୀ ଦଳକୁ ସୂଚନା ଦେଇଥିଲେ। ଦଳ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର ହୋଇଥିବା ବିସ୍ଫୋରକ ଘଟଣାର ଅନୁସନ୍ଧାନ ଚାଳାଇଛି। ଏଥି ସହିତ ଏହି ବିସ୍ଫୋରକ ଆଇଇଡି ହୋଇପାରେ କୁହାଯାଉଛି।