କପି କରୁଥିବା ବେଳେ ଧରାପଡ଼ିଲେ ୧୦ ପରୀକ୍ଷାର୍ଥୀ, ସଙ୍ଗେ ସଙ୍ଗେ ଏମପି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ୧୦ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ଧରାପଡ଼ିଛନ୍ତି। ପରେ ସେଠାରେ ତାଙ୍କୁ ଏମପି କରିଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ମୁରୁସୁଆଁ ପରୀକ୍ଷା କେନ୍ଦ୍ରରେ ୯ ଜଣ ପରୀକ୍ଷାର୍ଥୀ ଏବଂ ପାଟଣା ମୁଖ୍ୟାଳୟରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ ଏମପି ହୋଇଛନ୍ତି।