ଗଣେଶ ମେଳା ପାଇଁ ଅସ୍ଥାୟୀ ଫାଣ୍ଡି ଉଦଘାଟିତ

ଦେବଗଡ଼,ଏନ୍‌ଏନ୍ଏସ୍‌: ଦେବଗଡ଼ ପ୍ରସିଦ୍ଧ ଗଣେଶ ମେଳା କୁ ଶାନ୍ତି ଶୃଙ୍ଖଳା ସହ ଆୟୋଜନ ପାଇଁ ଆଜି ଜିଲ୍ଲା ପୁଲିସ ପକ୍ଷରୁ ମୁଖ୍ୟ ବଜାର ଠାରେ ଏକ ଅସ୍ଥାୟୀ ପୁଲିସ ଫାଣ୍ଡି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଏସ୍‌ପି ପ୍ରମୋଦ କୁମାର ରଥ ଓ ପୋୖରାଧକ୍ଷା ଶାନ୍ତି ମଞ୍ଜରୀ ଦେଇ ଉପସ୍ଥିତ ରହି ପୂଜକଙ୍କ ମନ୍ତ ଉଚ୍ଚାରଣ ସହ ନଡ଼ିଆ ଭାଙ୍ଗି ଫିତା କାଟି ଫାଣ୍ଡିର ଉଦଘାଟନ କରିଥଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଏସପି ଅମ୍ରିତା ମହାନ୍ତି, ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାଏକ, ଅତିରିକ୍ତ ଥାନା ଆଇଆଇସି ସରୋଜ କୁମାର ସେଠୀ, ଗଣେଶ ମେଳା କମିଟିର ସଭାପତି ଶମ୍ଭୁନାଥ ଗୋଏଲ, ସମ୍ପାଦକ ଶୁକଦେବ ଭଞ୍ଜ, ଅରୁଣ ଗୋଏଲ ଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ୧୦ ଦିନ ଧରି ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସହରରେ ଟ୍ରାଫିକ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ଏସପିଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପିଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତଥିବା ଜଣାପଡିଛି।