ତାଲାବନ୍ଦ ନିୟମ କୋହଳ ପରେ ରାଜରାସ୍ତାରୁ ହଟିଲା ଅସ୍ଥାୟୀ ପୁଲିସ କ୍ୟାମ୍ପ

ରାୟଗଡା,ଏନ୍ଏନ୍ଏସ୍: ରାଜରାସ୍ତାରୁ ହଟିଲା ଅସ୍ଥାୟୀ ପୁଲିସ କ୍ୟାମ୍ପ। ଦୀର୍ଘ ଦେଢ଼ ମାସରୁ ଊର୍ଦ୍ଧ୍ୱ ରାଜରାସ୍ତାରେ ଅସ୍ଥାୟୀ କ୍ୟାମ୍ପକ କରି ପୁଲିସ ଅଧିକାରୀ ତାଲାବନ୍ଦ ନିୟମ ଖିଲାପକାରୀଙ୍କୁ ତନାଘନା କରୁଥିବାବେଳେ ଲକଡାଉନ ନିୟମ କହୋଳ ହେଲା ପରେ ପୁଲିସ ଉକ୍ତ ଅସ୍ଥାୟୀ ତମ୍ବୁ ଗୁଡିକ ହାଟାଇ ଦେଇଥିବା ଆଜି ଦେଖିବାକୁ ମିଳିଛି।

ରାୟଗଡା ସହରର ପ୍ରବେଶ ପଥ କୁହାଯାଉଥିବା ଶିରିଗୁଡା, କପିଳାଶ ଛକ, ମା ମାଝିଘରିଆଣି ମନ୍ଦିର ନିକଟ ଛକ ଓ ଜେକେପୁର ଯାଉଥିବା ମୁଖ୍ୟ ରାସ୍ତାରେ ଅସ୍ଥାୟୀ କ୍ୟାମ୍ପ କରି ଦୀର୍ଘ ଦେଢମାସରୁ ଊଦ୍ଧ୍ୱର୍ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଥିଲା। ତେବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଅବାଧରେ ଯାନବାହାନ ଚଳାଚଳ ଅନୁମମତି ମିଳିବା ପରେ ରାଜ ରାସ୍ତାରେ ସାମାନ୍ୟ ହୋଇଛି ଟ୍ରାଫିକ ବ୍ୟବସ୍ଥା।

ସେହିପରି କୋହଳ ସମୟକୁ ବାଦ ଦେଲେ ପୂର୍ବ ପରି ଅନୁରୂପ କର୍ଫ୍ୟୁ ବଳବତର ରହିବ ବୋଲି ଶ୍ରୀରଥ ସୁଚନା ଦେଇଛନ୍ତି। ଏଥିସହ କୋହଳ ସମୟରେ ମଧ୍ୟ ଜନଗହଳୀ ପୂର୍ଣ୍ଣ ଛକ ବଜାର ଅଞ୍ଚଳରେ ପୁଲିସ ମୁତୟନ କରାଯାଉଥିବା ସୂଚନା ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଥ।