ଚଳିତବର୍ଷ ବିଶେଷ ଖରା ହେବନି, ମାର୍ଚ୍ଚରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ବଢ଼ିବାର ସମ୍ଭାବନା କମ। ଅର୍ଥାତ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ଦ୍ୱାରା ସର୍ବାଧିକ ତାପମାତ୍ରା କମ୍ ରହିବ। ମାର୍ଚ୍ଚ ୨୦୨୨ ରେ ତାପମାତ୍ରା ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଂଶ ସାଧାରଣ ଦିନର ତାପମାତ୍ରାଠାରୁ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି।

ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ମାସିକିଆ ଆକଳନ ବିବରଣୀ ଅନୁଯାୟୀ ମାର୍ଚ୍ଚରୁ ମେ ମଧ୍ୟରେ ସ୍ୱାଭାବିକ କମ୍ ତାପମାତ୍ରା ରହିବ। ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବୌଦ୍ଧ,କଟକ ଏବଂ ଜଗତସିଂହପର ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ଅନୁଭୁତ ହୋଇପାରେ। ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ମାକାଲାକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ତାପମାତ୍ରା ସ୍ୱାଭାବିକ ରହିବ।

ପାଣିପାଗ ବିଜ୍ଞାନୀ କହିବା ମୁତାବକ ସାଧାରଣ ଭାବେ ଲା – ନିନା ସମୟରେ ଭାରତରେ ବର୍ଷା ଅଧିକ ହୋଇଥାଏ। ଅଧିକ ବର୍ଷା ହେଲେ କମ୍ ତାପମାତ୍ରା ରହିବ ମାର୍ଚ୍ଚରେ ସର୍ବାଧିକ ତାପମାତ୍ରା କମ୍ ରହିବ। ମାର୍ଚ୍ଚରେ ଦେଶର ଉତ୍ତାପରେ ଭୁବନେଶ୍ଵର ସର୍ବୋଚ୍ଚସ୍ତରରେ ରହୁଥିଲା ଚଳିତ ରାଜଧାନୀରେ ସେଭଳି ପରିସ୍ଥିତି ଦେଖିବାକୁ ମିଳିବ ନାହିଁ। ସାମୁଦ୍ରିକ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ଦ୍ଵାରା ଉପକୂଳରେ ତାପମାତ୍ରା କମ୍ ରହିବ।