ତେଲୁଗୁ ଷ୍ଟାର ଜୁନିୟର ଏନଟିଆରଙ୍କୁ କରୋନା

ନୂଆଦିଲ୍ଲୀ: ତେଲୁଗୁ ଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ବର୍ତ୍ତମାନ ସେ ନିଜକୁ ଆଇସୋଲେଟ କରି ନେଇଥିବାବେଳେ ଚିକିତ୍ସା ଜାରି ରହିଛି। ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବାରୁ ଫ୍ୟାନଙ୍କୁ ଚିନ୍ତା ନକରିବାକୁ କହିଛନ୍ତି। ଏଥିସହିତ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁନିୟର ଏନଟିଆର ଏସଏସ ରାଜାମୌଲୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆରଆରଆର’ର ସୁଟିଂ କରୁଥିଲେ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଫିଲ୍ମର ସୁଟିଂ ବନ୍ଦ କରିଦିଆଯାଇଛି।