ମିଛ କହି ଅନ୍ୟ ଧର୍ମର ମହିଳାଙ୍କୁ ବିବାହ ପରେ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର,ଏନ୍ଏନ୍ଏସ୍; ପ୍ରଥମେ ମିଛ କହି ଅନ୍ୟ ଧର୍ମର ମହିଳାଙ୍କୁ ବିବାହ କରିବା ପରେ ପ୍ରଥମ ପତ୍ନୀଙ୍କ ସହ ମିଶି ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେଲେ। ଏଭଳି ଏକ ଅଭିନବ ଘଟଣା ଦେଖିବାକୁ ମଳିଛି ନବରଙ୍ଗପୁର ଜିଲ୍ଲାରେ। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ଜଣେ ଜଙ୍ଗଲ ବିଭାଗ ଅଧିକାରୀ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା କହି ଅନ୍ୟ ଧର୍ମର ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ବିବାହ କରିବା ସହ ତାଙ୍କ ପୁଅଙ୍କୁ ଆପଣାଇଥିଲେ। ପରେ ମହିଳା ଜଣଙ୍କ ନିଜ ଧର୍ମ ଓ ନାମ ପରିବର୍ତ୍ତନ କରିବା ପରେ ସେ ତାଙ୍କୁ ସ୍ତ୍ରୀ ଓ ପୁଅର ପରିଚୟ ଦେଲେ। ପରେ ପ୍ରଥମ ପତ୍ନୀଙ୍କ ସହ ମିଶି ତାଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି।

ମହିଳା ଜଣଙ୍କ ନିଜର ସୁରକ୍ଷା ପାଇଁ ବାରଦୁଅର ହେଉଥିବାବେଳେ ନବରଙ୍ଗପୁର ବିଜେପି ମହିଳା ମୋର୍ଚ୍ଚା ନିକଟରେ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି।