ତେଲକୋଇ ପଞ୍ଚାୟତ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସଟଡାଉନ

ତେଲକୋଇ,କେନ୍ଦୁଝର,ଏନ୍ଏନ୍ଏସ୍: ତେଲକୋଇ ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ମଙ୍ଗଳବାର ଅର୍ଥାତ ସେପ୍ଟେମ୍ବର ୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ମାନସ କୁମାର ନାଏକ। ପଞ୍ଚାୟତର ଚିଠି ଅନୁସାରେ ଶୁକ୍ରବାର ଅପରାହ୍ଣରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।

ସଟଡାଉନ ସମୟରେ ତେଲକୋଇ ପଞ୍ଚାୟତରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଦୋକାନ, ବଜାର ବନ୍ଦ ରଖିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ଫଳ ଦୋକାନ ଖୋଲା ରହିବ।