ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ

ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ବୁଧବାର ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ ହୋଇଯାଇଛି। ସୂଚନା ଅନୁସାରେ ୩୯ବର୍ଷୀୟ ଏହି ହାସ୍ୟ ଅଭିନେତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦୀର୍ଘଦିନ ହେବ ସେ କିଡ୍ନୀ ଓ ଲିଭର୍‌ ରୋଗରେ ପୀଡ଼ିତ ଥିଲେ।

ତେଲେଙ୍ଗାନାର କୋଡାଡ୍‌ ସହରରେ ସେ ଜନ୍ମଗ୍ରହଣ କରିଥିଲେ। ତେବେ ଭେନୁ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜଣେ ପ୍ରଖ୍ୟାତ ମିମିକ୍ରି ଆର୍ଟିଷ୍ଟ ଥିଲେ। ‘ସମ୍ପ୍ରଦାୟମ୍‌’ ଫିଲ୍ମ ଜରିଆରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ସେ ଅନେକ ସୁପରହିଟ୍‌ ଫିଲ୍ମରେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲ କରିଥିଲେ। ‘ସୁସ୍ୱାଗତମ୍’ ‘ଥୋଲି ପ୍ରେମା’ ଓ ‘ଥାମ୍ମୁଡୁ’ ଭଳି ସୁପରହିଟ୍‌ ଫିଲ୍କରେ ଅଭିନୟ କରି ସେ ବହୁତ କମ୍‌ ଦିନରେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ।